ମୋ ଜେଜେ ବାପା
ମୋ ବୁଢାବାପାଙ୍କ ପାଇଁ ପଦେ..
୧୯୯୦/୧୯୯୨ ପରବର୍ତ୍ତୀ ସମୟ..
ବାପା ମାଙ୍କ ଚାକିରୀ ପାଇଁ ବସ୍ତାରେ ରହିବା.. ଆମ ପାଖରେ ବୁଢୀମା ର ଦୀର୍ଘ ଏକ ଦଶନ୍ଧି ରୁ ଅଧିକ ସମୟ ରହିବା.. ଓ ସର୍ବୋପରି ସେତେ ଗୁଡ଼ା ବର୍ଷ ସେମାନେ
ଅଲଗା ରହିବା ସେଇ ଦୁଇଜଣଙ୍କ ତ୍ୟାଗର ଏକ ନିଚ୍ଛକ ଉଦାହରଣ..
ଏକ ସରଳ ନିରାଡମ୍ବର ଜୀବନଯାପନ କରିବା ତଥା ଭୋଗ ଅପେକ୍ଷା ତ୍ୟାଗକୁ ଜୀବନର ଏକ ଅଙ୍ଗ ବୋଲି ଦର୍ଶାଇଥିଲେ ମୋ ବୁଢ଼ା ବାପା |
ଖାଇବାରେ ନା ପିନ୍ଧିବାରେ କେବେ କିଛି ଆସକ୍ତି ନଥିଲା ତାଙ୍କର...
କାହାରି ଭିତରେ ପାତର ଅନ୍ତର ସେ ଶିଖି ନଥିଲେ..
ନା କାହା ବିରୁଦ୍ଧରେ କେବେ ଅଭିଯୋଗ କରୁଥିଲେ ...ନା ଅଭିମାନ..
କର୍ମରେ ବିଶ୍ବାସ ରଖି ଆଗକୁ ଆଗେଇ ଯିବାକୁ..ଆତ୍ମନିର୍ଭରଶୀଳ ହେବାକୁ ତଥା କିଛି ଖରାପ ହେଲେ ସବୁକିଛି ଭଗବାନଙ୍କ ଉପରେ ଆଦେଶ ବୋଲି ବିଚାର କରି ଗ୍ରହଣ କରିଯିବାକୁ ସବୁବେଳେ ଶିଖେଇ ଥିଲେ ସେ..
ଖରା ଛୁଟି ହଉ ଅଥବା ରବିବାରିଆ ଛୁଟି.. ଆମେ ପହଁଚି ଗଲୁ ମାନେ ସେ ଖୁସି ହେଇଯିବେ.. ଏବେ ବି ମନେ ଅଛି.. ତାଙ୍କଠୁ ରାମାୟଣ ମହାଭାରତର କାହାଣୀ ସବୁ ଶୁଣି ଶୁଣି ବଡ଼ ହେଇଚୁ ଆମେ.. ସବୁଦିନ ଗାଧୋଇ ସାରି ଭଗବତ୍ ଗୀତା ପଢ଼ିବେ ହିଁ ପଢ଼ିବେ.. ନିଜ କ୍ୟାମେରା କିଣା ହେଲା ପରେ ଏଇ ସବୁ ଫଟୋ ଉଠିଛି..
ସବୁବେଳେ ନାତି ନାତୁଣୀଙ୍କ ସାଙ୍ଗରେ ହିଁ ଫଟୋ ଉଠେଇବେ..
କେତେ ମାର୍ଜିତ ତାଙ୍କ କଥାବାର୍ତ୍ତା.. କେତେ ସମ୍ମାନ ଦେଇକି କଥା ହୁଅନ୍ତି.. ମୁଁ ତ ବୁଢୀମା କୁ ତୁ ତା କହିଛି.. କିନ୍ତୁ ତାଙ୍କ ମୁହଁରୁ ଥରୁଟିଏ ବି ଶୁଣିନି..
ଯେବେ ବୁଢୀମା ଚାଲିଗଲା.. ଭୋରରେ ତାକୁ ନେଇକି ପହଞ୍ଚିଲେ ସିଂଲା.. ବୁଢ଼ା ବାପା ଶୋଇଥିଲେ... ମୁଁ ତାଙ୍କୁ ଡାକିକି ଆଣିଲି. ସେ ଦେଖିଲେ ଆଉ କହିଲେ.. ଚାଲିଗଲେ..??!! ଆମକୁ ଛାଡ଼ିକି..!!
ତା ପରଠୁ ବି ସେ ଏକା ରହିଛନ୍ତି...ଏବଂ କାହାରି ଉପରେ ନିର୍ଭର କରି ନାହାନ୍ତି... ସେଇ ହାତ ଗଣତି ରେ କେତେ ଦିନ କୁ ଛାଡ଼ି... ଯେବେ ସେ ପଡ଼ି ଯାଇ ତାଙ୍କ ଗୋଡ ଭାଙ୍ଗିଗଲା ଓ ସେ ବିଛଣାରେ ଶୋଇ ରହିଲେ.. କମ୍ କଥାବାର୍ତ୍ତା ହିଁ କରନ୍ତି... ସେତେବଳେ କିନ୍ତୁ ଜାଣି ପାରିଥିଲେ.. ଆଉ କମ୍ ଶବ୍ଦ ରେ କହିଥିଲେ.. ଗୋଡ ବି ଗଲା.. ଏବେ ଆଉ ବେଶୀ ଦିନ ନୁହେ...
ଏଇ ସବୁ କିଛି କାଲି ପରି ଲାଗୁଚି... ଯଦିଓ ଦୀର୍ଘ ଏଗାର ବର୍ଷ ବିତିଗଲାଣି ୟା ଭିତରେ...
ସମୟ ଗଡିଚାଲିଛି... ଆଉ ବଦଳି ଯାଇଚି ସେଠିକାର ରୂପରେଖ..
ବଡ଼ବାପା ଙ୍କ ଘର.. କଟି କକା ଙ୍କ ଘର ବନିଗଲାଣି ସେଇ ଜାଗାରେ..
ତାଙ୍କ ରୁମ୍ ବି ବଦଳି ଯାଇଛି.. କିନ୍ତୁ ସେଇ ରବିବାର ଦ୍ଵିପ୍ରହର ସମୟର ସ୍ମୃତି କେବେ ବି ହୃଦୟରୁ ହଜିବନି.. ସେ ଶୋଇଥିବେ ତାଙ୍କ ଖ ରେ... ଆଉ ତାଙ୍କ ପାଖ ଖଟରେ ଆମେ ସବୁ ଭାଇ ଭଉଣୀ ଗୁଞ୍ଜି ହେଇ ଶୋଇଥିବା... ଆଉ ଗପ ଶୁଣୁଥିବା...ଆଉ କହୁଥିବା "ବୁଢାବାପା ଆଉ ଗୋଟେ ଗପ.. ଆଉ ଗୋଟେ ଗପ..."
ମଧୁରତର ସେଇ ସମୟ ସବୁ... ସେଇ ସମୟ ସବୁ ଆଉ ଫେରିବନି ସତ... କିନ୍ତୁ ସେଇ ବହଳ ବହଳ ସ୍ମୃତିର ମଳୟ ଆଜି ବି ବହୁଛି.. ଆଉ ଆଗକୁ ବହୁଥିବ ମଧ୍ୟ..
ସେ ଯୋଉଠି ଥିଲେ ବି ତାଙ୍କ ଆଶୀର୍ବାଦ ଆଜି ବି ଆମ ସାଙ୍ଗରେ ଅଛି... ଆଉ ସେ ଅଛନ୍ତି ଆମ ହୃଦୟରେ.. ଆଉ ଆଗକୁ ରହିଥିବେ ବି...
ଆଜିର ପୂଣ୍ୟ ତିଥିରେ ତାଙ୍କୁ ଭକ୍ତିପୂତ ପ୍ରଣାମ ଓ ଢେର୍ ସାରା ଭଲପାଇବା.. ❤️
~ମାମୁନ
Comments
Post a Comment