Posts

Showing posts from June, 2022

ମୋ ଜେଜେ ବାପା

 ମୋ ବୁଢାବାପାଙ୍କ ପାଇଁ ପଦେ.. ୧୯୯୦/୧୯୯୨ ପରବର୍ତ୍ତୀ ସମୟ..  ବାପା ମାଙ୍କ ଚାକିରୀ ପାଇଁ ବସ୍ତାରେ ରହିବା.. ଆମ ପାଖରେ ବୁଢୀମା ର ଦୀର୍ଘ ଏକ ଦଶନ୍ଧି ରୁ ଅଧିକ ସମୟ ରହିବା.. ଓ ସର୍ବୋପରି ସେତେ ଗୁଡ଼ା ବର୍ଷ ସେମାନେ  ଅଲଗା ରହିବା ସେଇ ଦୁଇଜଣଙ୍କ ତ୍ୟାଗର ଏକ ନିଚ୍ଛକ ଉଦାହରଣ.. ଏକ ସରଳ ନିରାଡମ୍ବର ଜୀବନଯାପନ କରିବା ତଥା ଭୋଗ ଅପେକ୍ଷା ତ୍ୟାଗକୁ ଜୀବନର ଏକ ଅଙ୍ଗ ବୋଲି ଦର୍ଶାଇଥିଲେ ମୋ ବୁଢ଼ା ବାପା | ଖାଇବାରେ ନା ପିନ୍ଧିବାରେ କେବେ କିଛି ଆସକ୍ତି ନଥିଲା ତାଙ୍କର...  କାହାରି ଭିତରେ ପାତର ଅନ୍ତର ସେ ଶିଖି ନଥିଲେ..  ନା କାହା ବିରୁଦ୍ଧରେ କେବେ ଅଭିଯୋଗ କରୁଥିଲେ ...ନା ଅଭିମାନ..  କର୍ମରେ ବିଶ୍ବାସ ରଖି ଆଗକୁ ଆଗେଇ ଯିବାକୁ..ଆତ୍ମନିର୍ଭରଶୀଳ ହେବାକୁ ତଥା କିଛି ଖରାପ ହେଲେ ସବୁକିଛି ଭଗବାନଙ୍କ ଉପରେ ଆଦେଶ ବୋଲି ବିଚାର କରି ଗ୍ରହଣ କରିଯିବାକୁ ସବୁବେଳେ ଶିଖେଇ ଥିଲେ ସେ..  ଖରା ଛୁଟି ହଉ ଅଥବା ରବିବାରିଆ ଛୁଟି.. ଆମେ ପହଁଚି ଗଲୁ ମାନେ ସେ ଖୁସି ହେଇଯିବେ.. ଏବେ ବି ମନେ ଅଛି.. ତାଙ୍କଠୁ ରାମାୟଣ ମହାଭାରତର କାହାଣୀ ସବୁ ଶୁଣି ଶୁଣି ବଡ଼ ହେଇଚୁ ଆମେ.. ସବୁଦିନ ଗାଧୋଇ ସାରି ଭଗବତ୍ ଗୀତା ପଢ଼ିବେ ହିଁ ପଢ଼ିବେ.. ନିଜ କ୍ୟାମେରା କିଣା ହେଲା ପରେ ଏଇ ସବୁ ଫଟୋ ଉଠିଛି..  ସବୁବେଳେ ନାତି ନାତୁଣୀଙ୍କ ସାଙ୍ଗରେ ହିଁ ଫଟୋ ଉଠେଇବେ.. କେତେ ମାର୍ଜିତ ତାଙ୍କ କଥାବା...